logo

ବାରିପଦା ଟାଉନ ଥାନାରେ ନୂତନ ଅଧିକାରୀଙ୍କ ଯୋଗଦାନ

ODISHA; ମୟୂରଭଞ୍ଜ/ବାରିପଦା: (DLH KHABAR) - ବାରିପଦା ଟାଉନ ଥାନାରେ ନୂତନ ଥାନା ଅଧିକାରୀ ଭାବେ ସୁମିତ କୁମାର ସୋରେନ ଯୋଗ ଦେଇଛନ୍ତି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତ ଡିସେମ୍ବର ୮ତାରିଖରେ ଥାନା ଅଧିକାରୀଙ୍କ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁଯାୟୀ, ବାରିପଦା ଟାଉନ ଥାନା ଅଧିକାରୀ ମୃତ୍ୟଞ୍ଜୟ ପ୍ରଧାନଙ୍କ ଝାରପୋଖରିଆ ଥାନାକୁ ବଦଳି ହୋଇଥିବା ବେଳେ ଶୁଳିଆପଦା ଥାନା ଅଧିକାରୀ ସୁମିତ କୁମାର ସୋରେନଙ୍କୁ ବାରିପଦା ଟାଉନ ଥାନା ଅଧିକାରୀ ଭାବେ ଦାୟିତ୍ୱ ଦିଆ ଯାଇଥିଲା। ବିଜ୍ଞପ୍ତି ପରେ ଶୁକ୍ରବାର ବିଧିବଦ୍ଧ ଭାବେ ସୁମିତ କୁମାର ସରେନ ବାରିପଦା ଟାଉନ ଥାନାର ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ଏଥି ସହିତ ପୂର୍ବର ଥାନା ଅଧିକାରୀ ମୃତଞ୍ଜୟ ପ୍ରଧାନଙ୍କ ନିକଟରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏ ଅବସରରେ ଥାନାର କର୍ମଚାରୀ ମାନେ ନୂତନ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।
ବାରିପଦା ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କାର୍ଯ୍ୟ କରିବେ ବିଶେଷ କରି ସହରକୁ ନିଶାମୁକ୍ତ କରିବା ସହ ବିଭିନ୍ନ ଅପରାଧିକ ମାମଲା ଉପରେ ଗୁରୁତ୍ବ ଦେବେ।ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ନୂତନ ଭାବେ ନିଯୁକ୍ତ ହୋଇଥିବା ଅଧିକାରୀ ସୁମିତ କୁମାର ସୋରେନ॥

43
3553 views